ଆଜି ତା:୨୬/୮/୨୪ରିଖ (ସୋମବାର) ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ (ଘୋଡ଼ାବଜାର),ପୁରୀ ପରିସରରେ ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ହର୍ଷ ଓ ଉଲ୍ଲାସର ସହ ପାଳିତ ହୋଇ ଯାଇଛି।ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ପର୍ବରେ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ,ପୁରୀର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରବି ଶଙ୍କର ମିଶ୍ର ଏବଂ ମୁଖ୍ୟଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ,ଶ୍ରୀବିହାର,ପୁରୀର କୁଳସଚିବ ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇ ଶ୍ରୀକୃଷ୍ଣ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଭାଗବତ ପାଠ ଓ ପୂଜାର୍ଚ୍ଚନା କରିଥିଲେ।ବିଦ୍ୟାଳୟରେ ପଢ଼ୁଥିବା କୁନି କୁନି ଭାଈ ଓ ଭଉଣୀ ସହ ପଢା ଆରମ୍ଭ କରିବାକୁ ଯାଉଥିବା ପ୍ରାୟ ୫୦ ଜଣ ଶିଶୁ ଭାଇ-ଭଉଣୀ କୃଷ୍ଣ ଓ ରାଧାରାଣୀ ବେଶରେ ସୁସଜ୍ଜିତ ଦୋଳିରେ ଝୁଲି ଥିଲେ।ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ।ଏହି ଭକ୍ତିପୂର୍ଣ୍ଣ ବାତାବରଣରେ ବିଦ୍ୟାଳୟର ଶିଶୁ ,ଅଭିଭାବକ ଅଭିଭାବିକା ଓ ଶୁଭେଚ୍ଛୁ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଡ଼. ଅଭିମନ୍ୟୁ ଭୂୟାଁ ଓ ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ମୁଖ୍ୟଅତିଥି ଓ ମୁଖ୍ୟବକ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ ।ଶିକ୍ଷା ବିକାଶ ସମିତି, ଓଡ଼ିଶାର ପୁରୀ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ନୃସିଂହ ଚରଣ ମିଶ୍ର ଓ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ସନ୍ତୋଷିନୀ ନାୟକ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ପରିଚାଳନା ସମିତିର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ କାର୍ଯ୍ୟ ବିଦ୍ୟାଳୟର ଗୁରୁଜୀ ଗୁରୁମା, ମାତୃଭାରତୀର କାର୍ଯ୍ୟକର୍ତ୍ତା ସହଯୋଗ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।