ଗଣେଶ ପୂଜା ୨୦୨୪/୨୫

Опубликовано: 16 Июль 2026
на канале: jj tv
394
13

ଘୋଡାବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ କନ୍ୟା ଶିବିର ଅନୁଷ୍ଠିତ

ଅଦ୍ୟ ତା ୮/୯/୨୪ ରିଖ ରବିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଘୋଡ଼ା ବଜାର ପୁରୀ ପରିସରରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ କନ୍ୟା ଶିବିରର ଆୟୋଜନ କରାଯାଇ ଥିଲା। ଏହି ଶିବିରର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ମହୋଦୟଙ୍କ ତତ୍ତ୍ୱାବଧାନରେ କନ୍ୟା ଶିବିରର ଦାୟିତ୍ୱରେ ଥିବା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀମତୀ ସନ୍ଧ୍ୟରାଣୀ ମିଶ୍ରଙ୍କ ସହିତ ସମସ୍ତ ଗୁରୁମା ମାନଙ୍କର ସହଯୋଗରେ ଶିବିରଟି ସୁପରିଚାଳିତ ହୋଇପାରିଥିଲା। ଏହି ଶିବିରର ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଶ୍ବମ୍ବର ବିଦ୍ୟାପୀଠ ପୁରୀର ଅଭିଜ୍ଞ ଵିଜ୍ଞାନ ଶିକ୍ଷିକା ମାନନୀୟା ପ୍ରିୟଦର୍ଶିନୀ ସାହୁ ମହୋଦୟା ମୁଖ୍ୟଅତିଥି ଭାବେ, ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ଏହି ଶିବିରରେ ଶିଶୁ କନ୍ୟା ମାନେ ପାଞ୍ଚଟି କାଲାଂଶରେ ଶାରୀରିକ ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା, ଧନ୍ଦାମୂଳକ ଶିକ୍ଷା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ମୁଖ୍ୟଅତିଥି ମହୋଦୟ ନିଜ ଅଭିଭାଷଣରେ ବୋଧ ଚତୁଷ୍ଟୟ ସମ୍ପର୍କରେ ଅବଗତ କରାଇ ଥିଲେ। ପ୍ରଧାନ ଆଚାର୍ଯ୍ୟ ମହୋଦୟ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ,ପୁରୀର ସ୍ତ୍ରୀରୋଗ ବିଭାଗର ମୁଖ୍ୟ ଡ଼ଃ ମଞ୍ଜୁଶ୍ରୀ ସାହୁ ଓ ଶିଶୁ ରୋଗ ବିଶେଷଜ୍ଞ ଡ଼ଃ କ୍ଷମାମୟୀ ପ୍ରିୟଦର୍ଶିନୀ ଯତି ଯୋଗ ଦେଇ ଶିଶୁ ମାନଙ୍କର ସନ୍ତୁଳିତ ଆହାର ,ଜୀବନଚର୍ଯ୍ୟା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧରେ ଶିଶୁ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ।ଧନ୍ଦାମୂଳକ ଶିକ୍ଷାରେ ପା' ପୋଛା ଓ ଆସନ ପ୍ରସ୍ତୁତି,ତୁଳା ବଳିତା ପ୍ରସ୍ତୁତି, ଠୁଙ୍ଗା ପ୍ରସ୍ତୁତି, ବିଭିନ୍ନ ରକମର କାଗଜ କଟା ,ପିଠା ପ୍ରସ୍ତୁତି ଶିକ୍ଷା ଦିଆ ଯାଇଥିଲା।
ଉଦଯାପନ ପର୍ବରେ ମୁଖ୍ୟ ଅତିଥି ଭାବେ ପୁରୀ ପୋଲିସ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ସୁନାମଧନ୍ୟା ପ୍ରବଚିକା ଶ୍ରୀମତୀ ନିର୍ମଳା ଫତେସିଂ ଯୋଗଦେଇ ଆଜିର ନାରୀ ଅବଳା ଦୁର୍ବଳା ନୁହେଁ, ନାରୀଶକ୍ତି ବିନା ଦେଶର ପ୍ରଗତି ଅସମ୍ଭବ ବୋଲି କହି ଶିଶୁ ମାନଙ୍କ ମନରେ ଆତ୍ମସମ୍ମାନର ଭାବ ଜନ୍ମାଇ ଥିଲେ। ଆୟୋଜିତ ହୁଳହୁଳି ,ଶଙ୍ଖ ବାଦନ, ଝୋଟି ,ପୁଚି ପ୍ରତିଯୋଗିତାରେ କୃତ୍ତି ପ୍ରତିଭାଗୀ ମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ।ଶିଶୁ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା।ପରିଚଳନା ସମିତିର ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁ ,ଉପସଭାପତି ଶ୍ରୀଯୁକ୍ତ ସୀମାଚଳ ପଣ୍ଡା, ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ଓ ସଦସ୍ୟା ଶ୍ରୀମତୀ ସନ୍ତୋଷିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମଟି ଶିଶୁ ଭଉଣୀ ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।