Abhyarthana ghena

Опубликовано: 16 Июль 2026
на канале: St. LB Creation
7,193
349

ସଦାପ୍ରଭୁଙ୍କର ମହାନ୍ ନାମକୁ ଧନ୍ୟ ହେଉ! ତାହାଙ୍କ
ଗୌରବ ଓ ଲୁଆରା ଏରିଆର 24 ତମ ଛାତ୍ର ଛାତ୍ରୀଙ୍କ ବାର୍ଷିକ ଅଧିବେଶନ 2024 ନିମନ୍ତେ ତିବିସିଂ ସଉରା Baptist ମଣ୍ଡଳୀ ଏକ ନୂତନ ଅଭ୍ୟର୍ଥନା ସଂଗୀତ ପ୍ରସ୍ତୁତ କରାଯାଇଛି ।

*Song - Abhyarthana ghena
*Singer -Salman Paul
*Lyrics -Amit Badanayak
*Music Arrange &Recd-Kumar Mantu
*Producer - Youth of Tibising
*Camera - St LB with team
*Special thanks to - All Church members.

Lyrics...
ଅଭ୍ୟର୍ଥନା ଘେନ ସୁ ସୁଆଗତ ଘେନ....(୨ଥର)
ମଙ୍ଗଳମୟ ଯୀଶୁ ଧନ
ଆସ ଆଜି ଏ ସଭାସ୍ଥାନ....(୨ଥର)
ଭକତିର ଅର୍ଘ୍ୟ ଧରି କରୁ ଆହ୍ବାନ.....=୦=

ଏ ଲୁଆରା ଅଞ୍ଚଳର ପଚିଶି ମଣ୍ଡଳୀସ୍ଥ
ଛାତ୍ର ଛାତ୍ରୀ ସବୁ ତୁମ ପାଇଁ ପ୍ରଭୁ
ହୋଇଛୁ ସମବେତ...
ଚବିଶି ତମ ଆମରି ଏଇ ଅଧିବେଶନ
ବନ ଗିରି ଘେରା ତିବି ସିଂ ଗ୍ରାମରେ
କରିଛୁ ଆୟୋଜନ...
ଆମେ ଅଭାଗା ଦୀନଜନ
ଡାକୁଛୁ ପ୍ରଭୁ ତୁମ ନାମ....(୨ଥର)
ଆମ ଏଇ ଜୀବନରେ ଦିଅ ଦର୍ଶନ.....=1=

ତୁମ ସେବା କରିବାରେ ଆମେ ଅଟୁ ଦୁର୍ବଳ
ତୁମ ବାକ୍ୟ ଦେଇ ଆଶିଷ ଝରାଇ
କର ପ୍ରଭୁ ସବଳ...
ତୁମ ଆଜ୍ଞା ମାନିବାରେ ଆମେ ଅଟୁ ଶିଥିଳ
ଆତ୍ମା ରୂପ ଜଳେ ସିଞ୍ଚନ କରାଇ
କର ଯୀଶୁ ଚଞ୍ଚଳ...
ପାପ ତାପ କର ଶୋଧନ
ଗଢି ଦିଅ କରି ନୂତନ....(୨ଥର)
ଭରି ଦିଅ ପ୍ରଭୁ ତବ ମଙ୍ଗଳ ଦାନ.....=2=

ଜୀବନରେ ନାହିଁ ଆମ ବୁଦ୍ଧି ଜ୍ଞାନ କି ଭୟ
ଦିଅ ହେ ରାଜନ ଭକତିର ମନ
ରଖିବୁ ତବ ଲୟ...
ସ୍ୱର୍ଗୀୟ ପଥେ ଆମକୁ ପ୍ରଭୁ କଢାଇ ନିଅ
ଶିକ୍ଷା ପରାମର୍ଶ ଉତ୍ତମ ଆଦେଶ
ବାରେ ଚେତନା ଦିଅ...
ଆମ ସଙ୍ଗରେ ରହିଥାଅ
ସରଗ ପୁରେ ନେଇଯାଅ....(୨ଥର)
ଆମ ଏଇ ନିବେଦନ କର ଗ୍ରହଣ.....=3=

*****

Abhyarthana ghena#SalmanPaul#TibisingChurch#StudentAnnualConference#StLBcreation